କାନ୍ତ କବି - ହାସ୍ୟମୟୀ ରାଜ୍




ଭାଷା ସାହିତ୍ୟର ଅନନ୍ଯ ବିନ୍ଧାଣୀ

ବରପୁତ୍ର ଓଡିଶାର

ବନ୍ଦେ ଉତ୍କଳ ଜନନୀ ଲେଖିଲ

ହୃଦୟେ ତୋଳି ସ୍ଵାକ୍ଷର

ସେ ସଂଗୀତ ଜାଳେ ଜାତି ପ୍ରେମ ବହ୍ନି

ହୋଇ କୋଟି କଣ୍ଠ ସ୍ବର,

କାନ୍ତ କବି ହେ ଚରଣେ ତୁମର

କୋଟି ପ୍ରଣିପାତ ମୋର ।।


ଉଜ୍ବଳ ନକ୍ଷତ୍ର ଉତ୍କଳ ଆକାଶେ

ହେ ଏ ଜାତିର ବୀର ! 

ମାତୃଭୂମି ମାତୃଭାଷାର ମମତା

କେ କଳି ପାରେ ତୁମର

ଲେଖନୀ ମୁନରେ ଆଙ୍କୁଥିଲ ଚିତ୍ର

ଶାନ୍ତି ପ୍ରୀତି ମୈତ୍ରୀର ,

କାନ୍ତ କବି ହେ....... ।।


ଲକ୍ଷ୍ମୀ ପୂଜା ଦିନ ଭୂମିଷ୍ଠ ହୋଇଲ

ଲକ୍ଷ୍ମୀକାନ୍ତ ନାମ ତୁମର

ମାତା ରାଧାରାଣୀ ପିତା ଭାଗବତ

ଜନ୍ମ ନଅ ଡିସେମ୍ବର

ଗଳ୍ପ ଉପନ୍ୟାସ ନାଟକ କବିତା

ସବୁକୁ କଲ ନିଜର,

କାନ୍ତ କବି ହେ......... ।।


ଦେଶ ପ୍ରେମ ତୁମ କବିତାର ସ୍ବର

ଅସ୍ତ୍ର ହେଲା ସଂଗ୍ରାମର

ତ୍ଯାଗ ସମର୍ପଣ ଭାବନାରେ କଲ

ସେବା ଯେ ମାତୃଭୂମିର,

ପ୍ରେରଣା ତୁମର ଯୁଗ ଯୁଗ ପାଇଁ

ରହିବ ଚିର ଭାସ୍ବର,

କାନ୍ତ କବି ହେ......... ।।



ହାସ୍ୟମୟୀ ରାଜ୍

ଓରାଳି, ହାଟଡିହି, କେନ୍ଦୁଝର 

Post a Comment

0 Comments